Thursday, 9 December 2021

ବଲାଙ୍ଗିର ଜିଲ୍ଲା ର ଗନ୍ଧର୍ଲା ଗ୍ରାମ ଠାରେ ସ୍ବର୍ଗତ ରୂପଧର ନାଗ ମେମାରିଆଲ ଫୁଟବଲ ଟୁର୍ଣ୍ନାମେଟ ୨୦୨୧-୨୦୨୨ ଉଦ୍ ଯାପିତ ହୋଈଯାଇଛି |

 


19 November 2021 :


ବଲାଙ୍ଗିର ଜିଲ୍ଲା ର ଗନ୍ଧର୍ଲା ଗ୍ରାମ ଠାରେ ସ୍ବର୍ଗତ ରୂପଧର ନାଗ ମେମାରିଆଲ ଫୁଟବଲ ଟୁର୍ଣ୍ନାମେଟ ୨୦୨୧-୨୦୨୨ ଉଦ୍ ଯାପିତ ହୋଈଯାଇଛି | ଆଜି ଦୁତୀୟ ପର୍ଯ୍ୟାୟ ରେ ଭବାନୀପାଟଣା ଦଳ ସହ କର୍ଲାକୋଟ ଦଳ ର ଫୁଟବଳ ଖେଲ ଆରମ୍ଭ ହୋଇଥିଲା | ତେବେ ଦୁଈ ଦଳ ମଧ୍ୟରେ ଘମାଘୋଟ ଟକର ହୋଈଥିଲା ହେଲେ ଦ୍ବିତୀୟ ରାଉଣ୍ଡ ସମୟ ରେ କର୍ଲାକୋଟ ଦଳ ଭବାନିପାଟଣା ଦଳ କୁ ୨ ଗୋଲ ଦେଈଥିଲା ପରେ ପରେ ଭବାନୀପାଟଣା ଦଳ କର୍ଲାକୋଟ ଦଳ କୁ ଗୋଟି ଗୋଲ ଫେରସ୍ତ କରିପାରିଥିଲା କିନ୍ତୁ ସମୟ ଅଭାବ ରୁ ଆଉ ଗୋଟି ଗୋଲ ଫେରସ୍ତ କରିପାରିନଥିଲା ଭବାନିପାଟଣା ଦଳ । ତେବେ ସମୟ ଶେଷ ହୋଇଯିବାରୁ ବନ୍ଚିତ ଗୋଟିଏ ଗୋଲ ରେ ବିଜୟ ହାସଲ କରିପାରିଥିଲା କର୍ଲାକୋଟ ଦଳ | ନିମାଈଁ ବେହେରା ଙ୍କ ରିପୋର୍ଟ ।

ପ୍ରଧାନମନ୍ତ୍ରୀଙ୍କ ‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କଲେ ଡ. ମନସୁଖ ମାଣ୍ଡଭୀୟ

 12 November 2021 :



ପ୍ରଧାନମନ୍ତ୍ରୀଙ୍କ ‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କଲେ ଡ. ମନସୁଖ ମାଣ୍ଡଭୀୟ କୋଭିଡ ୧୯ ଟିକା ପାଇବାରୁ ଯେପରି ଜଣେ ନାଗରିକ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ମିଳିତ ପ୍ରୟାସ କରିବା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ କଲେ ନିବେଦନ ଆବଶ୍ୟକ ଟିକା ଯୋଗାଣ ପାଇଁ ରାଜ୍ୟମାନଙ୍କୁ ଦେଲେ ପ୍ରତିଶ୍ରୁତି : “ଦେଶରେ ଟିକାର କୌଣସି ଅଭାବ ନାହିଁ” କୋଭିଡ ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ବାରୋପ : “ଟିକାକରଣ ଆମର ‘ସୁରକ୍ଷା କବଚ’ ହୋଇଥିବା ବେଳେ, ଆମେ କୋଭିଡ ଅନୁକୂଳ ଅଭ୍ୟାସକୁ ଭୁଲିଯିବା ଉଚିତ୍ ନୁହେଁ” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ଦସ୍ତକ ଅଭିଯାନ’କୁ ସୁଦୃଢ଼ କରିବା ଉପରେ ଜୋର ଦେଇଛନ୍ତି। ଦେଶରେ କୋଭିଡ ୧୯ ଟିକାର ‘ସୁରକ୍ଷା କବଚ’ରୁ ଯେପରି ଜଣେ ହେଲେ ଯୋଗ୍ୟ ନାଗରିକ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ମିଳିତ ଏବଂ ବହୁ-ଅଂଶୀଦାର ଆଧାରିତ ପ୍ରୟାସ କରିବା ପାଇଁ ସେ ଆହ୍ବାନ କରିଛନ୍ତି। ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଥିବା ପ୍ରତିଟି ପରିବାର ନିକଟରେ ପହଞ୍ଚି ଲୋକମାନଙ୍କୁ ଦୁଇଟି ଡୋଜ୍ ଟିକା ନେବାକୁ ଅନୁପ୍ରାଣିତ କରିବା ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଏହି ଆଲୋଚନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାଓ୍ବାର ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନିଷେଧାତ୍ମକ ଓ ପରିଚାଳନାଗତ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।



କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଶ୍ରୀ ବୀଣା ଜର୍ଜ, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଧନସିଂ ରାଓ୍ବତ, ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ବନ୍ନ ଗୁପ୍ତା, ମିଜୋରାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଲାଲଥାଙ୍ଗଲିଆନା, ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେ, କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର କେ. ସୁଧାକର, ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ରାଜେଶ ଟୋପେ, ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ପ୍ରଭୁରାମ ଚୌଧୁରୀ, ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜୟପ୍ରତାପ ସିଂ, ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଏମଏ ସୁବ୍ରମଣ୍ୟନ, ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ, ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ଗଣେଶଭାଇ ପଟେଲ, ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ କେଶବ ମହାନ୍ତ, ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସମସ୍ତ ରାଜ୍ୟର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଏନଏଚଏମ ମିଶନ ନିର୍ଦ୍ଦେଶକମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ୭୯ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା କୋଭିଡ ୧୯ ଟିକାର ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ଏବଂ ୩୮ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। ୧୨ କୋଟି ହିତାଧିକାରୀ କୋଭିଡ ୧୯ ଟିକାର ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ‘ହର ଘର ଦସ୍ତକ’ ଅଭିଯାନ ସମୟରେ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଜନସଂଖ୍ୟା ଯେପରି ପ୍ରଥମ ଡୋଜ୍ ଟିକା ନେବେ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ସେ ନିବେଦନ କରିଥିଲେ। ସେହିପରି ଯେଉଁମାନେ ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ସେମାନଙ୍କୁ ଦ୍ବିତୀୟ ଡୋଜ୍ ନେବା ଲାଗି ଉତ୍ସାହିତ କରିବା ଲାଗି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରଣନୀତି ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ପ୍ରଥମେ ଏକ ‘ପ୍ରଚାର ଟୋଲି’ ବିଭିନ୍ନ ଗ୍ରାମ ପରିକ୍ରମା କରିବ ଏବଂ ଟିକା ନେବା ଲାଗି ଲୋକମାନଙ୍କୁ ସଚେତନ କରିବ। ଏହାପରେ ଯୋଗ୍ୟ ନାଗରିକମାନଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦେବା ଲାଗି ‘ଭ୍ୟାକ୍ସିନେସନ ଟୋଲି’ ଘରକୁ ଘର ବୁଲିବାକୁ ଯୋଜନା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଶତପ୍ରତିଶତ ଟିକାକରଣ ସୁନିଶ୍ଚିତ କରିବା ଲାଗି ଏକାଧିକ ଟିକାକରଣ ଦଳ (୫୦-୧୦୦) ନିୟୋଜିତ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ବ୍ୟାପକ କୋଭିଡ ୧୯ ଟିକାକରଣକୁ ପ୍ରୋତ୍ସାହିତ କରିବା ଲାଗି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଟିକା ଦେଇଥିବା ଟିକାକରଣ ଦଳ (ଜିଲ୍ଲା ଓ ବ୍ଲକସ୍ତରରେ)କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଏକ ରାଙ୍କିଙ୍ଗ ବ୍ୟବସ୍ଥା ବିକଶିତ କରାଯିବ। ଟିକାକରଣ ସମ୍ପର୍କରେ ସ୍ଥାନୀୟ ହାଟ ବଜାରରେ ସଚେତନତା ସୃଷ୍ଟି କରାଯିବ। ଏଥିରେ ସ୍ଥାନୀୟ ଧାର୍ମିକ ଓ ଜନନେତା, ସିଏସଓ, ଏନଜିଓ, ଏନଏସଏସ, ଏନଓ୍ବାଇକେ ଆଦିକୁ ସମ୍ପୃକ୍ତ କରାଯିବ। ମଲ୍ଟିମିଡିଆ ଆଇଇସି ସଚେତନତା ଅଭିଯାନ ମାଧ୍ୟମରେ କୋଭିଡ ନିରୋଧି ଗୁଜବର ମୁକାବିଲା କରାଯିବ। ସମୀକ୍ଷା ବୈଠକ ସମୟରେ ଅଧିକ ଟିକାକରଣ ପ୍ରସାର ଥିବା ଜିଲ୍ଲାମାନଙ୍କରେ ଅଭିନବ ଓ ଶ୍ରେଷ୍ଠ ପ୍ରଚଳନକୁ ଆପଣାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦେଇଥିଲେ। ଅଭ୍ୟାସ ପରିବର୍ତ୍ତନ ଲାଗି ପିଲାମାନେ ଶ୍ରେଷ୍ଠ ବାର୍ତ୍ତାବହ ହୋଇପାରିବେ ବୋଲି ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ଜରିଆରେ ସମ୍ପୂର୍ଣ୍ଣ ଟିକାକରଣର ବାର୍ତ୍ତାର ପ୍ରସାର କରାଯିବା ଆବଶ୍ୟକ। ବସ ଷ୍ଟାଣ୍ଡ, ରେଳ ଷ୍ଟେସନରେ କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଡକ୍ଟର ମାଣ୍ଡଭୀୟ ପରାମର୍ଶ ଦେଇଥିଲେ। ବିଶେଷ କରି ବଡ଼ ସହରରେ ପ୍ରବେଶ ପାଇଁ ଏଗୁଡ଼ିକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ଏହି ପଦକ୍ଷେପ ପ୍ରଭାବୀ ହୋଇପାରିବ ବୋଲି ସେ କହିଥିଲେ। କେତେକ ରାଜ୍ୟ ‘ରୋକୋ ଏବଂ ଟୋକୋ’ ଅଭିଯାନ ଆରମ୍ଭ କରିଛନ୍ତି। ବସ, ଟ୍ରେନ୍, ରିକ୍ସା ଆଦିରେ ଆସୁଥିବା ଯାତ୍ରୀମାନଙ୍କୁ ଟିକା ନେବା ଲାଗି ଅନୁପ୍ରାଣିତ କରାଯାଉଛି। ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ଟିକା ନେବା ଲାଗି ଉତ୍ସାହିତ କରିବା ନିମନ୍ତେ ‘ହର ଘର ଦସ୍ତକ’ ଅଭିଯାନ ସଫଳ ହୋଇପାରିବ ବୋଲି ସେ ପରାମର୍ଶ ଦେଇଥିଲେ। ବ୍ୟବସାୟୀ, ବୁଲାବିକାଳୀ, ଉଠାଦୋକାନୀ, ସାଧାରଣ ଦୋକାନୀ, ରିକ୍ସା ଚାଳକ, ଅଟୋ ଡ୍ରାଇଭରଙ୍କ ଟିକାକରଣ ପାଇଁ ଗୋଟିଏ ଗୋଟିଏ ଦିନକୁ ସମର୍ପିତ କରାଯାଇପାରିବ ବୋଲି ସେ କହିଥିଲେ। କୋଭିଡକୁ ପ୍ରତିହତ କରିବା ଲାଗି ଜନ ସ୍ୱାସ୍ଥ୍ୟ ପଦକ୍ଷେପର ନିୟନ୍ତ୍ରଣ ଓ ପରିଚାଳନା ଉପରେ ଆଲୋଚନା କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ସଚେତନ କରାଇ ଦେଇଥିଲେ ଯେ କୋଭିଡ ୧୯ ମହାମାରୀ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଯାଇନାହିଁ। ବିଶ୍ବସ୍ତରରେ କୋଭିଡ ମାମଲା ବୃଦ୍ଧି ପାଉଛି। ସିଙ୍ଗାପୁର, ବ୍ରିଟେନ, ରୁଷ, ଚୀନରେ ୮୦ ପ୍ରତିଶତ ଟିକାକରଣ ସତ୍ତ୍ବେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଟିକାକରଣ ସହିତ କୋଭିଡ ଉପଯୁକ୍ତ ବ୍ୟବହାର ଅନୁପାଳନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋର ଦେଇଥିଲେ। ଟିକାକରଣ ରୋଗର ଗମ୍ଭୀରତାକୁ ହ୍ରାସ କରିଥାଏ ବୋଲି ଡ. ମାଣ୍ଡଭୀୟ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସମସ୍ତଙ୍କ ମିଳିତ ପ୍ରୟାସ କାରଣରୁ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଅଧିକ ଅବହେଳା କରି ପୁଣିଥରେ କୋଭିଡ ସଂକ୍ରମଣକୁ ଡାକି ଆଣିବା ଉଚିତ୍ ନୁହେଁ। ତେଣୁ କୋଭିଡ ବିରୋଧରେ ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାରକୁ ପାଳନ କରିବା ଉପରେ ସେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ‘ଦବାଇ ଭି କଡ଼ାଇ ଭି’କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଜୋର ଦେଇଥିଲେ।



ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ମନୋହର ଅଗ୍ନାନୀ, ଅତିରିକ୍ତ ସଚିବ ଏବଂ ଏନଏଚଏମ ମିଶନ ନିର୍ଦ୍ଦେଶକ ଶ୍ରୀ ବିକାଶ ଶୀଲ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଶ୍ରୀମତୀ ଆରତୀ ଆହୁଜା, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ଶ୍ରୀ ଲବ ଅଗ୍ରଓ୍ବାଲ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। 


केंद्र सरकार देशभर में कोविड-19 टीकाकरण

 12 November 2021 :


 केंद्र सरकार देशभर में कोविड-19 टीकाकरण का दायरा बढ़ाने और टीके लगाने की गति को तेज करने के लिये प्रतिबद्ध है। कोविड-19 के टीकों की सर्व-उपलब्धता का नया दौर 21 जून, 2021 से शुरू किया गया है। टीकाकरण अभियान को अधिक से अधिक वैक्सीन की उपलब्धता के जरिये बढ़ाया गया। इसके तहत राज्यों और केंद्र शासित प्रदेशों को वैक्सीन की उपलब्धता के बारे में पूर्व सूचना प्रदान की गई, ताकि वे बेहतर योजना के साथ टीके लगाने का बंदोबस्त कर सकें और टीके की आपूर्ति श्रृंखला को दुरुस्त किया जा सके। देशव्यापी टीकाकरण अभियान के हिस्से के रूप में केंद्र सरकार राज्यों और केंद्र शासित प्रदेशों को निशुल्क कोविड वैक्सीन प्रदान करके उन्हें समर्थन दे रही है। टीकों की सर्व-उपलब्धता के नये चरण में, केंद्र सरकार वैक्सीन निर्माताओं से 75 प्रतिशत टीके खरीदकर उन्हें राज्यों और केंद्र शासित प्रदेशों को निशुल्क प्रदान करेगी। नीमाई बेहेरा का रीपोर्ट

12 November 2021 : भारत में कोविड-19 टीकाकरण का कुल कवरेज 110.79 करोड़ के पार l 24 घंटों के दौरान टीके की 53,81,889 लगाने के साथ आज सात बजे सुबह तक की अस्थायी रिपोर्ट के अनुसार देश का कोविड-19 टीकाकरण कवरेज 110.79 करोड़ (1,10,79,51,225) के पार पहुंच गया। इसे 1,13,18,816 सत्रों के जरिये पूरा किया गया। नीमाई बेहेरा का रीपोर्ट

ଖଡିଆଳ - ଭବାନୀପାଟଣା ରାସ୍ତାର ସାନ ଦୁହେଲ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

 12 November 2021

ଖଡିଆଳ - ଭବାନୀପାଟଣା ରାସ୍ତାର ସାନ ଦୁହେଲ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର | ଗାଡି ଆଘାତ ହୋଈଥିବା ଦୁଈଜଣ ଗୋଟିଏ ପରିବାର ର ସୂଚନା | ନିମାଈଁ ବେହେରା ଙ୍କ ରିପୋର୍ଟ |

12 November 2021

ଆଜି ଓଡିଶା ବନ୍ଦ ପ୍ରଭାବରେ ନୂଆପଡା ଜିଲ୍ଲା ରେ 6 ଘଣଟିଆ ହରତାଳ ଯୋଗୁଁ ନୂଆପଡା ଜିଲ୍ଲାର ଅଧିକାଂଶ ବ୍ଲକ ରେ ହରତାଳ ରେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ 6 ଘଣ୍ଟିଆ ବନ୍ଦ ରହିଛି | ନିମାଈଁ ବେହେରା ଙ୍କ ରିପୋର୍ଟ |

ଆଜି ମୁଖ୍ୟମନ୍ତ୍ରୀ ଙ୍କ ନୁଆପଡା ଗସ୍ତ କାର୍ଯ୍ୟକ୍ରମ ....

 



08 November 2021 :


ନୂଆପଡ଼ା ଜିଲ୍ଲାବାସୀଙ୍କୁ ସମ୍ବୋଧନ୍ କରିବାର ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନୁଆପଡା ଗସ୍ତ କରିବାର ସୂଚନା | ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହିତ ଲୋକମାନଙ୍କର ସୁବିଧା ଲାଗି ଭିନ୍ନ ଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ୍ କରିବାର କାରଯ୍ୟକ୍ରମ ରହିଛି । ଆଜି 08.11.2021 ସନ୍ଧ୍ୟା 05 ଘଟିକା ସମୟରେ ନୂଆପଡା ରେ ପହନ୍ଚି କାର୍ୟକ୍ରମ ଶୁଭାରମ୍ଭ କରିବେ | ନିମାଈଁ ବେହେରା ଙ୍କ ରିପୋର୍ଟ |

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...