କଳାହାଣ୍ଡି: 15 October 2021 : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗ୍ରାମ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ । ସ୍କୁଲକୁ ଆସୁଥିବାବେଳେ ବାଟରେ ସେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ଗାଁରେ ଥିବା ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ମମିତା ମେହେର ନିଖୋଜ ପରେ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କୁ ଭିତ୍ତିକରି ବଲାଙ୍ଗୀର ପୋଲିସ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ମାଲିକ ଗୋବିନ୍ଦ ସାହୁ ଙ୍କୁ ଡାକି ପଚରାଉଚରା କରିଛି । ଗତ ୮ ତାରିଖରେ ଉକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲର କାଗଜପତ୍ର କାମ ଅଛି ବୋଲି କହି ଡକାଇଥିଲେ । ମମିତା ସ୍କଲକୁ ଆସୁଥିବାବେଳେ ବାଟରେ ଚାନ୍ଦୋତରା ଛକ ନିକଟରୁ ନିଖୋଜ ହୋଇଯାଇଥିଲେ ବୋଲି ଗତ ୧୨ ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମହାଲିଙ୍ଗ ସ୍କୁଲକୁ ଆସି ତଦନ୍ତ କରିବା ସହିତ ଗୋବିନ୍ଦଙ୍କ ଗାଡିକୁ ଜବତ କରିଛି । ତେବେ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ବଡ ବଡ ବିଜେଡି ନେତାଙ୍କ ହାତ ଥିବା ଚର୍ଚ୍ଚା ଜୋର ଧରିଛି। ଏନେଇ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନା ଅଛନ୍ତି । ସ୍ଥାନୀୟ ଅନ୍ଚଳରେ ଘଟଣାଟି ଚାନ୍ଚ୍ୟଳକର ଆଲୋଡନ ସ୍ରୁଷ୍ଟି କରିଛି । ନିମାଈଁ ବେହେରା ଙ୍କ ରିପୋର୍ଟ |
No comments:
Post a Comment