Tuesday, 11 April 2023
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ଇତିହାସ ବିଭାଗରେ ଓଡ଼ିଶାର ଏୗତିହ୍ୟ ଓ ସଂସ୍କୃତି ଉପରେ ଆଧାରିତ ପାଠ୍ୟକ୍ରମକୁ ସାମିଲ୍ କର
ଓୗଦ୍ୟୋଗିକ ବିକାଶ ସଂପର୍କିତ ବିଷୟକୁ ଗୁରୁତ୍ୱ
ଭୁବନେଶ୍ୱର, ୧୧/୪/୨୦୨୩
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସୋମବାର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର, ବିଶ୍ୱିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ମାନସ ରଂଜନ ପୁଜାରୀ, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାନ୍ତନୁ କୁମାର ସାହୁ ଏବଂ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିରେନ୍ଦ୍ର କୋରକୋରା ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ଆଇନ୍-୨୦୧୪ ଅନୁସାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସମ୍ବଲପୁର ଏକ ସରକାରୀ ବିଶ୍ୱ ବିଦ୍ୟାଳୟ ଭାବେ ସ୍ଥାପିତ ହୋଇଥିଲା ଓ ୨୦୧୯ ରେ ଏହି ଆଇନ୍ରେ ଆବଶ୍ୟକ ସଂଶୋଧନ ଅଣାଯାଇ ଏହା କାର୍ଯ୍ୟକରିବା ସହ ଦୂରଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରିଛି । ଏବେ ଏହି ବିଶ୍ୱ ବିଦ୍ୟାଳୟ ଅଧିନରେ ୯୦ ଟି ଅଧ୍ୟୟନ କେନ୍ଦ୍ର ରହିଥିବା ବେଳେ ୫ ଟି ଆଞ୍ଚଳିକ କେନ୍ଦ୍ର ବାଲେଶ୍ୱର, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁର ଠାରେ ସ୍ଥାପିତ ହୋଇଛି ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁ.ଜି.ସି) ନିୟମାବଳୀ-୨୦୨୦ ଅନୁସାରେ ମୁକ୍ତ ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ(ପ୍ରାଧ୍ୟାପକ) ଓ କର୍ମଚାରୀ ପଦବୀ ସୃଷ୍ଟି ଓ ପଦବୀ ନିମନ୍ତେ ପଦକ୍ଷେପ ନିଆଯିବା ସଂକ୍ରାନ୍ତରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଜରିଆରେ ରାଜ୍ୟ ସରକାରଙ୍କ ଠାରେ ଆଗତ ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ସବିଶେଷ ଅନୁଧ୍ୟାନ କରିଥିଲେ ।
ଏହି ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅପଂ ସୋସିଆଲ୍ ସାଇନ୍ସ୍ ଆଣ୍ଡ ହ୍ୟୁମାନିଟିକ୍ସ୍, ସ୍କୁଲ୍ ଅଫ ବିଜନେସ୍ ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ସ୍କୁଲ୍ ଅଫ କମ୍ପ୍ୟୁଟର ଆଣ୍ଡ ଇନଫରମେସନ ସାଇନ୍ସ୍ ଆଦି କାର୍ଯ୍ୟ କରୁଛି, ଯେଉଁଥିରେକି ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଅର୍ଥନୀତି, ଇଂରାଜୀ, ମନସ୍ତତ୍ତ୍ୱ ବିଜ୍ଞାନ, ବାଣିଜ୍ୟ, ବିବିଏ. ସାଇବର ସିକ୍ୟୁରିଟି ଆଦି ବିଷୟରେ ଶିକ୍ଷାଲାଭ ବ୍ୟବସ୍ଥା ରହିଛି ଓ ଏମ୍.ବି.ଏ ଏବଂ ସ୍ନାତକୋତ୍ତୋର କମ୍ପ୍ୟୁଟର ବିଜ୍ଞାନ ପାଠ୍ୟକ୍ରମ ପ୍ରସ୍ତାବରେ ରହିଛି । ଏବେ ଏହି ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଜିଲ୍ଲାରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଂଜୀକୃତ ହୋଇ ଶିକ୍ଷାଗ୍ରହଣ କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମୁକ୍ତ ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା ସମସ୍ତ ଶିକ୍ଷା ବ୍ୟବସ୍ଥା ସଂପର୍କରେ ବୁଝିବା ସହିତ ବିଶେଷ କରି ଇତିହାସ ପାଠ୍ୟକ୍ରମରେ ଓଡ଼ିଶାର ଏୗତିହ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ଆଦି ବିଷୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ନିଯୁକ୍ତିଭିତ୍ତିକ ଓୗଦ୍ୟୋଗିକ ବିକାଶ ସଂପର୍କିତ ପାଠ୍ୟକ୍ରମକୁ ମଧ୍ୟ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରାଧ୍ୟାପକ ପଦବୀ ସୃଷ୍ଟି ଓ ନିଯୁକ୍ତି ଆବଶ୍ୟକତାକୁ ଉପଲବ୍ଧ କରି ମୁଖ୍ୟ ଶାସନ ସଚିବ ଏ ଦିଗରେ ସବିଶେଷ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସେହିପରି ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ସରକାରୀ ଅନୁଦାନ ଓ କର୍ପସ ପାଣ୍ଠି ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।
Nimai Behera Report..
Subscribe to:
Post Comments (Atom)
कर्मचारी चयन आयोग की परीक्षा 27,28 और 30 जून को
समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...
-
Department of Water Resources Launch of MIS and GIS web-based application Under OIIPCRA Bhubaneswar dt.22.06.2023 A Management Infor...
-
*दसवीं पास युवतियों को मल्टीनेशनल कंपनियों में साॅफ्टवेयर इंजीनियर की जाॅब गारंटी* *18 महीने का तरह निःशुल्क आवासीय प्रशिक्षण* *स्क्रिनिं...
-
मुख्यमंत्री श्री बघेल 25 जून को जगदलपुर में ‘बस्तर गोंचा महापर्व 2023’ में होंगे शामिल 360 घर आरण्यक ब्राह्मण समाज द्वारा अनवरत् 616 वर्षों...

No comments:
Post a Comment