Friday, 28 April 2023
ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ନିଯୁକ୍ତି ପ୍ରଶିକ୍ଷଣ ନେଉଥିବା ୩୧ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସାକ୍ଷାତ ।
ଭୁବନେଶ୍ୱର ତା-27.04.2023
 
      ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଓଡିଶା ପ୍ରଶାସନିକ ସେବା ବର୍ଗରେ ନିୟମିତ ନିଯୁକ୍ତି-୨୦୧୯ ବ୍ୟାଚ୍ ର ୩୧ ଜଣ  ପ୍ରୋବେସନରମାନେ  ବୁଧବାର ରାଜଭବନଠାରେ ମାନ୍ୟବର ଓଡିଶାର  ରାଜ୍ୟପାଳ  ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ ।  ଏକାଡେମୀର ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡାଙ୍କ ନେତୃତ୍ୱରେ ଏହି ଟିମ୍ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ବେଳେ ଏହି ଅବସରରେ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆତ୍ମ ପରିଚୟ ପ୍ରଦାନ କରିଥିଲେ । ରାଜ୍ୟର ଦୈନନ୍ଦିନ ପ୍ରଶାସନ ସହିତ ଗଭୀର ଭାବରେ ଜଡ଼ିତ ହେଉଥିବା ରାଜ୍ୟ ପ୍ରଶାସନିକ ସେବାର ଏକ ଅଂଶ ହୋଇଥିବା ଏହି ଅଧିକାରୀମାନଙ୍କୁ  ମାନ୍ୟବର ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ । ସଚ୍ଚୋଟତା, ନିଷ୍ଠା ଓ ଆନ୍ତରିକତା ଜନସେବାର ମୁଖ୍ୟ ମନ୍ତ୍ର, ଯାହାକୁ ଅଧିକାରୀମାନେ ସର୍ବଦା ଆପଣାଇବା ଉଚିତ ବୋଲି ସେ କହିଥିଲେ। ଏକ ଉନ୍ନତ ରାଷ୍ଟ୍ର ଗଠନ ନିମନ୍ତେ  ଜନସାଧାରଣଙ୍କ ପାଇଁ ପ୍ରତିବଦ୍ଧ ରହି  କାର୍ଯ୍ୟ କରିବାକୁ ମାନ୍ୟବର ରାଜ୍ୟପାଳ  ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।     ଆଲୋଚନା ପରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା । ରାଜ୍ୟପାଳଙ୍କ  ପ୍ରମୁଖ ଶାସନ  ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡ. ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ର୍ପଣ କରିଥିଲେ । 
Subscribe to:
Post Comments (Atom)
कर्मचारी चयन आयोग की परीक्षा 27,28 और 30 जून को
समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...
- 
Department of Water Resources Launch of MIS and GIS web-based application Under OIIPCRA Bhubaneswar dt.22.06.2023 A Management Infor...
 - 
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅଭୟାରଣ୍ୟର ସୁରକ...
 - 
*जिले के तहसीलों में राजस्व शिविर का आयोजन* रायपुर 22 जून 2023/ राजस्व प्रकरणों के निराकरण के लिए जिले के तहसीलों में राजस्व शिविर का आ...
 

No comments:
Post a Comment