Thursday, 9 December 2021

ବଲାଙ୍ଗିର ଜିଲ୍ଲା ର ଜାମପଡା ଗ୍ରାମ ଠାରେ ଜାମପଡା ଫୁଟବଲ ଟୁର୍ଣ୍ନାମେଟ ଉଦଯାପିତ ହୋଈଯାଇଛି |

 


8 November 2021

ବଲାଙ୍ଗିର ଜିଲ୍ଲା ର ଜାମପଡା ଗ୍ରାମ ଠାରେ ଜାମପଡା ଫୁଟବଲ ଟୁର୍ଣ୍ନାମେଟ ଉଦଯାପିତ ହୋଈଯାଇଛି | ଆଜି ଦୁତୀୟ ପର୍ଯ୍ୟାୟ ରେ କଣ୍ଟାବାନ୍ଜି ଦଳ ସହ ଜାମପଡା ଦଳ ର ଫୁଟବଳ ଖେଲ ଆରମ୍ଭ ହୋଇଥିଲା | ତେବେ ଦୁଈ ଦଳ ମଧ୍ୟରେ ଘମାଘୋଟ ଟକର ହୋଈଥିଲେ ହେଲେ ମଧ୍ୟ ସମାନ ଗୋଟିଏ ଗୋଟିଏ ଗୋଲ ଦୁହେଁ ଦୁହିଁଙ୍କୁ ଦେଈଥିଲେ | ପରେ ସମୟ ହୋଈଯାଈଥିବାରୁ ପ୍ଲାଣ୍ଟିକ ସଟ୍ ଖେଲାଯାଈଥିଲା | ପ୍ଲାଣ୍ଟିକ ସଟରେ ଜାମପଡା ଦଳ କଣ୍ଟାବାନ୍ଜି ଦଳକୁ ଗୋଟିଏ ଗୋଲ ଦେଈ ବିଜୟ ହାସିଲ କରିଥିଲା | ନିମାଈଁ ବେହେରା ଙ୍କ ରିପୋର୍ଟ |

ସିମେଣ୍ଟ ବୋହିଥିବା ଟ୍ରକ ଓଲଟିଲା


 




 25 October 2021

ସିମେଣ୍ଟ ବୋହିଥିବା ଟ୍ରକ ଓଲଟିଲା : ନୂଆପଡା : ଖଡିଆଳ - ଭବନୀପାଟଣା 16 ନଂ ରାଜପଥ ରେ ବଙ୍କାପୁର ଠାରେ ସୁଦୁର ରାଈପୁର ଠାରୁ ରୁ ସିମେଣ୍ଟ ବୋହିଆସୁଥିବା ଟ୍ରକ ଭାରସାମ୍ୟ ହରାଈ ଓଲଟିପଡିଲା | ଟ୍ରକ ଓଲଟିବା କାରଣରୁ ଜାତାୟତ ବାଧାପ୍ରାପ୍ତ ହୋଈଥିଲା | ଟ୍ରକ ଟି ରାସ୍ତା କୁ କଭର କରିଥିବା ଯୋଗୁଁ ରାସ୍ତା ର ଦୁଈପାର୍ଶ୍ବ ରେ ଶହ ଶହ ଟ୍ରକ ର ଲମ୍ବା ଲାଈନ ଯୋଗୁଁ ୨ କି.ମି. ପର୍ଯ୍ୟନ୍ତ ବିସ୍ତାର ହୋଈ ଟ୍ରକ ଛିଡା ହୋଈ ରହିଥିଲା | ଟ୍ରକ ର ଗାଡି ନଂ CG 04 M. 7077 ହେଈଛି | କୌଣସି ପ୍ରକାର ଜିବନ ହାନୀ ଖିୟଖ୍ୟତି ଘଟି ନାହିଁ | .. ନିମାଈଁ ବେହେରା ଙ୍କ ରିପୋର୍ଟ |

ଆଜି ନୂଆପଡ଼ା ଜିଲ୍ଲା ରେ ଓବିସି ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା..

17 October 2021 :

ନୂଆପଡ଼ା: ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ନୂଆପଡ଼ା ଜିଲ୍ଲାରେ୧୨ ଘଣ୍ଟିଆ ରେ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ସରକାର ମନମୁଖି କାର୍ଯ୍ୟ ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଏ ନେଇ ନୂଆପଡ଼ା ଜିଲ୍ଲା ରେ ଆଜି ବନ୍ଦ ଡାକରା  ଦେଈଛନ୍ତି ନୂଆପଡ଼ା ଜିଲ୍ଲା ଓବିସି ମନ୍ଚ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସୋମବାର ଦିନ ।  ନୂଆପଡ଼ା ୩୫୩ ନଂ ଜାତୀୟ ରାଜପଥ ରେ ଓବିସି ମଞ୍ଚ ପକ୍ଷରୁ ଅବରୋଧ କରାଯାଇଛି। ଏହାରି ପ୍ରଭାବରେ ନୂଆପଡ଼ା ସରକାରୀ, ବେସରକାରୀ ଅଫିସ, କୋର୍ଟ,ବ୍ୟାଙ୍କ ସେବା, ଦୋକାନ ବଜାର, ବନ୍ଦ ରହିଛି। ନୂଆପଡ଼ା ଜିଲ୍ଲାର ସମସ୍ତ ବ୍ଲକ୍ ବନ୍ଦ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନିମାଈଁ ବେହେରା ଙ୍କ ରିପୋର୍ଟ |

ରାୟପୁର ରେଳୱେ ଷ୍ଟେସନ ରେ ବିସ୍ଫୋରଣ..

 



ରାୟପୁର ରେଳୱେ ଷ୍ଟେସନ ରେ ବିସ୍ଫୋରଣ..

16 October 2021

ଛତିଶଗଡ : ରାୟପୁର ରେଳୱେ ଷ୍ଟେସନ ରେ ବିସ୍ଫୋରଣ, ୪ ଜଣ ଜବାନ ଆହତ | CRPF ସିଗନାଈଟର ସ୍ଥାନାନ୍ତରଣ ବେଳେ ବିସ୍ଫୋରଣ ସୂଚନା | ନିମାଈଁ ବେହେରା ଙ୍କ ରିପୋର୍ଟ |

BDO ମ୍ୟାଡାମ ଙ୍କ ଜବରଦସ୍ତ ଡ୍ୟାନ୍ସ !

 






ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ର ବିଡ଼ିଓ ବବିତା ମଞ୍ଜରୀ ନାୟକ ଙ୍କ ଏକ ନୃତ୍ୟ ର ଭିଡିଓ ସୋସିଆଲ ମିଡିଆରେ ଭାଈରାଲ ହେବାରେ ଲାଗିଛି | ତେବେ ସେହି ଭିଡିଓ ରେ ସେ ବିଭିନ୍ନ ଷ୍ଟାଈଲରେ ନୃତ୍ୟ କରି ଭିଡିଓ କରିଛନ୍ତି । ତେବେ ଭିଡିଓ ଟି କୁ ସୋସିଆଲ ମିଡିଆରେ ଅନେକାଂଶରେ ଲୋକମାନେ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ କରିଛନ୍ତି । ନିମାଈଁ ବେହେରା ଙ୍କ ରିପୋର୍ଟ  |

ଏପିଜେ ଅବଦୁଲ କଲାମ ଙ୍କ ୯0 ତମ ଜନ୍ମ ଜୟନ୍ତିରେ ଭକ୍ତିପୂତ ଶ୍ରଦ୍ଧାଞଳି .....

 15 October 2021 :



ଏପିଜେ ଅବଦୁଲ କଲାମ ଙ୍କ ୯0 ତମ ଜନ୍ମ 15 October 2021 ଜୟନ୍ତିରେ ଭକ୍ତିପୂତ ଶ୍ରଦ୍ଧାଞଳି .....

" ନିଖୋଜ - ସ୍କୁଲ ଅଧ୍ୟକ୍ଷା " ଘଟଣାରେ, ପୋଲିସ ର ସନ୍ଦେହ ଘେରରେ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ମାଳିକ"

 କଳାହାଣ୍ଡି: 15 October 2021 : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗ୍ରାମ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ । ସ୍କୁଲକୁ ଆସୁଥିବାବେଳେ ବାଟରେ ସେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ଗାଁରେ ଥିବା ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଅଧ୍ୟକ୍ଷା ମମିତା ମେହେର ନିଖୋଜ ପରେ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କୁ ଭିତ୍ତିକରି ବଲାଙ୍ଗୀର ପୋଲିସ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ମାଲିକ ଗୋବିନ୍ଦ ସାହୁ ଙ୍କୁ ଡାକି ପଚରାଉଚରା କରିଛି । ଗତ ୮ ତାରିଖରେ ଉକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲର କାଗଜପତ୍ର କାମ ଅଛି ବୋଲି କହି ଡକାଇଥିଲେ । ମମିତା ସ୍କଲକୁ ଆସୁଥିବାବେଳେ ବାଟରେ ଚାନ୍ଦୋତରା ଛକ ନିକଟରୁ ନିଖୋଜ ହୋଇଯାଇଥିଲେ ବୋଲି ଗତ ୧୨ ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମହାଲିଙ୍ଗ ସ୍କୁଲକୁ ଆସି ତଦନ୍ତ କରିବା ସହିତ ଗୋବିନ୍ଦଙ୍କ ଗାଡିକୁ ଜବତ କରିଛି । ତେବେ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ବଡ ବଡ ବିଜେଡି ନେତାଙ୍କ ହାତ ଥିବା ଚର୍ଚ୍ଚା ଜୋର ଧରିଛି। ଏନେଇ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନା ଅଛନ୍ତି । ସ୍ଥାନୀୟ ଅନ୍ଚଳରେ ଘଟଣାଟି ଚାନ୍ଚ୍ୟଳକର ଆଲୋଡନ ସ୍ରୁଷ୍ଟି କରିଛି । ନିମାଈଁ ବେହେରା ଙ୍କ ରିପୋର୍ଟ  |

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...